ଅଜିତ ପାୱାରଙ୍କୁ ସମର୍ଥନ କଲେ ନାଗାଲାଣ୍ଡର ୭ ଏନସିପି ବିଧାୟକ

ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ହାତ ଛାଡିବେ ନାଗାଲାଣ୍ଡର ୭ ଏନସିପିର ବିଧାୟକ। ସେମାନେ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛଛନ୍ତି।

ଖବର ଅନୁଯାୟୀ ନାଗାଲାଣ୍ଡ ଏନସିପି ରାଜ୍ୟ ସଭାପତି ୱାଣ୍ଟହୁଙ୍ଗ ଓଡିଓ ଗୁରୁବାର ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଓ ମହାରାଷ୍ଟ୍ର ଏନସିପି ସଭାପତି ସୁନୀଲ ତଟକରେଙ୍କୁ ଭେଟିଥିଲେ। ଏହି ଅବସରରେ ସେ ନାଗାଲାଣ୍ଡ ୟୁନିଟର ନିଷ୍ପତ୍ତି ବିଷୟରେ ଅବଗତ କରାଇଥିଲେ। ଆଉ କହିଥିଲେ ୭ ଜଣ ବିଧାୟକଙ୍କ ସମେତ ସମସ୍ତ ପଦାଧିକାରୀ ଅଜିତ ପାୱାରଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି।
ଦଳର ନାଗାଲାଣ୍ଡ ୟୁନିଟର ସମର୍ଥନରେ ଖୁସି ବ୍ୟକ୍ତକରି ପ୍ରଫୁଲ୍ଲ ପଟେଲ ରାଜ୍ୟ ସଭାପତି ଓଡିଓଙ୍କୁ ଦଳକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ଏନସିପି ରାଷ୍ଟ୍ରୀୟ ମୁଖପାତ୍ର ବ୍ରଜମୋହନ ଶ୍ରୀବାସ୍ତବ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button