ଚୀନରେ ଦୁଇ ହଜାର ବର୍ଷର ପୁରୁଣା ମମି

ଚୀନରେ ମିଳିଛି ପ୍ରାୟ ୨ ହଜାର ବର୍ଷର ଜଣେ ମହିଳାଙ୍କ ମୃତଦେହ। ଶରୀର ଅକ୍ଷତ ରହିଛି। କୁହାଯାଉଛି ଏହି ଚାଇନା ମହିଳାଙ୍କ ନାମ ଦ ଲେଡି ଅଫ୍ ଡାଇ ବା ସିନ ଜୁଇ। ଏତେଦିନ ପର୍ଯ୍ୟନ୍ତ ମରଶରୀର ଅକ୍ଷତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରିପୋର୍ଟ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୧୭୮ରୁ ୧୪୫ ମଧ୍ୟରେ ସିନ ଜୁଇଙ୍କର ମୃତ୍ୟୁ ହୋଇଥିଲା। ୧୯୭୧ ମସିହାରେ ତାଙ୍କ କବରକୁ ଜୀବାଶ୍ମ ବିଜ୍ଞାନୀମାନେ ହଠାତ୍ ଆବିଷ୍କାର କରିଥିଲେ। ଏହି କବରକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ଅଙ୍ଗ କିପରି ଏତେଦିନ ଅକ୍ଷତ ରହିଛି ତାହା ସେ ବିଶ୍ୱାସ କରିପାରିଲେନି। କବର ନିକଟରୁ ମିଳିଥିଲା ବିପୁଳ ପରିମାଣର ଦାମୀ ଜିନିଷ। ଏହାକୁ ଦେଖି ସେମାନେ ବୁଝିପାରିଥିଲେ ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ। ଯେତେବେଳେ ସେ ଜୀବିତ ଥିଲେ ସେ ସମ୍ଭବତଃ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବେ। ଏହି ମମିକୁ ସବୁଠାରୁ ସୁରକ୍ଷିତ ମମି ବୋଲି କୁହାଯାଉଛି।

ମହିଳାଙ୍କ ଚର୍ମ ଏବେ ବି କୋମଳ ରହିଛି। ଠିକ୍ ଦେଖାଯାଉଛି ଆଖି। ତାଙ୍କ ଶିରାରେ ଏବେ ମଧ୍ୟ ରକ୍ତ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥାହେଲା ମୃତ ମହିଳାଙ୍କ ଶରୀର ପରୀକ୍ଷା ସମୟରେ ଅନ୍ତନଳୀରୁ ତରଭୁଜ ମଞ୍ଜି ମିଳିଛି। ତେଣୁ ବିଶ୍ୱାସ କରାଯାଏ ମୃତ୍ୟୁ ପୂର୍ବରୁ ମହିଳା ବହୁତ ତରଭୁଜ ଖାଇଥିଲେ।

Leave a Reply

Your email address will not be published. Required fields are marked *

Back to top button