ଏସ୍‌ପିଙ୍କ ସହିତ ଏକାଠି ବସି ଖାଇଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଆତ୍ମସମର୍ପମଣ କରିଥିବା ନକ୍ସଲପନ୍ଥୀଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନିଲ ଶର୍ମା ବସି ତଳେ ଖାଇଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଛତିଶଗଡ଼ ସୁକୁମା ଏସ୍‌ପି ଶ୍ରୀ ଶର୍ମା ବୁଧବାର ପ୍ରାୟ ୧୦ଟି ଗାଁର ୪୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଦସ୍ୟ ରହିଥିବା ବେଳେ ପଡିଆମି ଲକ୍ଷ୍ମା ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି। ଯାହାର ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ। ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ସମସ୍ତ ୪୩ ଜଣ ନକ୍ସଲପନ୍ଥିଙ୍କୁ ଜିଲ୍ଲା ପୋଲିସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିପରି ସୁକୁମା ଏସପି କହିଛନ୍ତି ଛତିଶଗଡ ସରକାରଙ୍କ ନିୟମ ଅନୁଯାଇ ସେମାନଙ୍କୁ ଥଇଥାନ ସହିତ ସେମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ। ଆଦିବାସୀ ଅଞ୍ଚଳରେ ସୁକୁମାରେ ପୋଲିସର ଜନ ସଂପର୍କ କାର୍ଯ୍ୟକ୍ରମ ଚାଲୁଛି। ଏହାଦ୍ୱାରା ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି ଆଶା ରହିଛି।

Leave a Reply

Your email address will not be published. Required fields are marked *

Back to top button