ରାତିରେ ସୌମ୍ୟଙ୍କ ଘରକୁ ଯାଇଥିଲେ ଡିଏଫଓ

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଉପରୁ ଆଜିଯାଏ ପରଦା ହଟୁନି। କିନ୍ତୁ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏବେ ଗଙ୍ଗା ପ୍ରଧାନ ନାମକ ଜଣେ ବ୍ୟକ୍ତି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ସୌମ୍ୟ ସାର୍‌ଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ସେତେବେଳେ ସୌମ୍ୟରଞ୍ଜନ ଘରେ ଥିଲେ କି ନାଇଟ୍ ଡ୍ୟୁଟିରେ ଯାଇଥିଲେ ତାହା ତାଙ୍କୁ ଜଣାନାହିଁ।

କେବଳ ସେତିକି ନୁହେଁ ସେ କହିଛନ୍ତି ଘଟଣା ଦିନ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରରତୀ ପଣ୍ଡାଙ୍କୁ ପ୍ରଥମ ଥର ପାଇଁ ହସ୍‌ପିଟାଲ୍‌ରେ ଦେଖିଥିଲେ ବୋଲି ଡିଏଫଓ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସୌମ୍ୟରଞ୍ଜନ ଓ ପତ୍ନୀ ସକାଳେ ଏବଂ ସନ୍ଧ୍ୟାରେ ଚାଲିଵା ସମୟରେ ଡିଏଫ୍‌ଓ ତାଙ୍କ ଘରୁ ଥାଇ ସେମାନଙ୍କୁ ଦେଖୁଥିଲେ ବୋଲି ମଧ୍ୟ ଗଙ୍ଗା କହିଛନ୍ତି।

ସୂଚନାଯୋଗ୍ୟ ଗଙ୍ଗା ପ୍ରଧାନ ଗଜପତି ଡିଏଫଓ ଅଫିସରେ ଜଗୁଆଳି ଭାବେ କାମ କରୁଥିଲେ। କିନ୍ତୁ ୭/୮ ମାସ ତଳେ ତାଙ୍କୁ ବିନା କାରଣରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଚାକିରିରୁ ବାହାର କରି ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ସେ ସେଦିନ ରାତିରେ ଏସିଏଫ୍‌ଙ୍କ ଘରକୁ ଯିବା ଦେଖି ଦେଇଥିବାରୁ ଡିଏଫ୍‌ଓ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲେ। ହେଲେ କେଉଁ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ଘରକୁ ଡିଏଫ୍‌ଓ ଯାଇଥିଲେ ଓ କେତେ ସମୟ ରହିଥିଲେ ତାହା ସେ କହିପାରିବେ ନାହିଁ। କାରଣ ଘଟଣାଟି ୭/୮ ମାସ ତଳର। କିନ୍ତୁ ଯାହା ଦେଖିଛନ୍ତି ତାହା ପୋଲିସ ଓ କ୍ରାଇମ୍‌ବ୍ରାଞ୍ଜକୁ କହିବେ।

Leave a Reply

Your email address will not be published. Required fields are marked *

Back to top button