ବେଳାଭୂମିକୁ ଡାକି ଗୁପ୍ତାଙ୍ଗ କାଟିଦେଲା

ପଟ୍ଟାମୁଣ୍ଡାଇ : ରାଜନଗର ପେଣ୍ଠ ବେଳାଭୂମିକୁ ବୁଲିବା ପାଇଁ ଡାକିନେଇ ସାଙ୍ଗର ଗୁପ୍ତାଙ୍ଗ କାଟିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଗୁରୁତର ଭାଗବତ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁରେ। ଏପରି କାଣ୍ଡ ଘଟାଇଥିବା ଆଳି ଅଞ୍ଚଳର ଅକ୍ଷୟ ରାଉତଙ୍କର କୌଣସି ପତ୍ତା ମିଳିନାହିଁ।

ଖବର ଅନୁଯାୟୀ ଅକ୍ଷୟ ଓ ଭାଗବତ ଫେସବୁକରୁ ପରସ୍ପରକୁ ଚିହ୍ନିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧତ୍ୱ ନିବିଡ଼ ହୋଇଯାଇଥିଲା। ଦୁହେଁ ଦୁହିଁଙ୍କ ଘରକୁ ଯିବାଆସିବା କରିବା ସହିତ କିଛିଦିନ ମଧ୍ୟ ରହୁଥିଲେ। ଗତକାଲି ଅକ୍ଷୟ ନିଜ ଅଟୋ ନେଇ ଭାଗବତଙ୍କ ଘରେ ଦିନ ପ୍ରାୟ ୧୦ଟା ସମୟରେ ପହଞ୍ଚି ରାଜନଗର ପେଣ୍ଠ ବେଳାଭୂମି ବୁଲିଯିବାକୁ ଡାକିଥିଲେ। ଭାଗବତ ରାଜି ହୋଇଯିବାରୁ ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ବାହାରି ଯାଇଥିଲେ। ବେଳାଭୂମିରେ ପହଞ୍ଚି ଅକ୍ଷୟ ଓ ଭାଗବତ ବୁଲାବୁଲି ସାରି ଭୋଜନକରିବା ପରେ ସେଠାରେ ବିଶ୍ରାମ ନେଇଥିଲେ।

ଏହି ସମୟରେ ଅକ୍ଷୟ ହଠାତ୍ ଉଠିଯାଇ ନିଜ ଅଟୋରୁ ଏକ ଛୁରୀ ଆଣି ଭାଗବତଙ୍କ ଗୁପ୍ତାଙ୍କ ଉପରେ ଚୋଟ ପକାଇଥିଲେ। ଏପରି ଦୁଇରୁ ୩ ଥର ଚୋଟ ପକାଇ ସେଠାରୁ ଚମ୍ପଟ ମାରଥିଲେ। ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ଭାଗବତ ପରିବାର ଲୋକଙ୍କୁ ଫୋନ୍‌ କରିବାରୁ ସେମାନେ ପହଞ୍ଚି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଭାଗବତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ସମୁଦ୍ର କୂଳରୁ ଅକ୍ଷୟଙ୍କ ଜୋତା ଓ ଏକ ବିଷ ବୋତଲ ଉଦ୍ଧାର କରିଛି। ଅକ୍ଷୟଙ୍କ ଅଟୋକୁ ଜବତ କରି ଘଟଣାର କରୁଛି ତଦନ୍ତ। କିନ୍ତୁ କେଉଁ କାରଣ ପାଇଁ ଏପରି ଅକ୍ଷୟ ଏପରି ଘଟଣା ଘଟାଇଲା ତାର ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *

Back to top button