ବିହାର ରାଜ୍ୟପାଳଙ୍କୁ ମହାମହିମ ନୁହେଁ ମାନନୀୟ ସମ୍ବୋଧନ କରିବାକୁ ନିର୍ଦ୍ଦେଶ

ପାଟନା : ବିହାର ରାଜ୍ୟପାଳଙ୍କ ପାଇଁ ‘ମହାମହିମ’ ସମ୍ବୋଧନ ସୂଚକ ଶବ୍ଦ ଆଉ ବ୍ୟବହାର ହେବନାହିଁ। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ‘ମହାମହିମ’ ବଦଳରେ ଏଣିକି ରାଜ୍ୟପାଳଙ୍କୁ କେବଳ ମାନନୀୟ ସମ୍ବୋଧନ କରନ୍ତୁ।

ଖବର ଅନୁଯାୟୀ ବିହାର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଚିଠିରେ ରାଜ୍ୟପାଳଙ୍କୁ ମାନନୀୟ ସମ୍ବୋଧନ କରିବାକୁ ଉଲ୍ଲେଖ କରିଛନ୍ତି। କେବଳ ବିଶେଷ ପରିସ୍ଥିତିରେ ରାଜ୍ୟପାଳଙ୍କୁ ମହାମହିମ ସମ୍ବୋଧନ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ମଧ୍ୟ ମହାମହିମ ଶବ୍ଦର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। କୁହାଯାଇଥିଲା ମହାମହିମ ବଦଳରେ ମାନନୀୟ ରାଜ୍ୟପାଳ ନଚେତ୍ ରାଜ୍ୟପାଳ ମହୋଦୟ ଶବ୍ଦ ବ୍ୟବହାର କରାଯାଇପାରିବ।

Leave a Reply

Your email address will not be published. Required fields are marked *

Back to top button