ବିଜୁ ପଟ୍ଟନାୟକଙ୍କ ପୁତୁରା ଓ ଝିଆରୀଙ୍କ ଜୀବନ ଦୁଃଖରେ କଟୁଛି

କଟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଏବେ ରୋଗଗ୍ରସ୍ତ। କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ଦିଲ୍ଲୀପ ଓ ଭଉଣୀ ରେଖାଙ୍କର ଦୁଃଖରେ ଦିନ କଟୁଛି। ସେ ମଧ୍ୟ ରୋଗଗ୍ରସ୍ତ। ଦୀର୍ଘ ୧୫ ବର୍ଷ ହେଲା ସେମାନେ ଏହିଭଳି ଜୀବନ ବିତାଉଥିଲେ ହେଁ ତାଙ୍କ ଉପରେ କାହାରି ନଜର ପଡିନି।

janatakhabar.in

ଖବର ଅନୁଯାୟୀ ଏକ ସଡ଼କ ଦୁର୍ଘଟଣାରେ ଦିଲ୍ଲୀପ ପଟ୍ଟନାୟକଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ରୋଗାକ୍ରାନ୍ତ ହୋଇ ଅଛନ୍ତି। ୧୯୪୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପାଠ ପଢିଥିଲେ। ଏହାପରେ ଏକ ସ୍ପଞ୍ଜ କମ୍ପାନିରେ ମିଳିଥିଲା ଚାକିରି। ୨୫ ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିଲେ। ସେ ଅବିବାହିତ। ସରକାରୀ କିମ୍ବା ବେସରକାରୀ ସ୍ତରରୁ ତାଙ୍କୁ ସହଯୋଗର ହାତ ବଢାଇବାକୁ ଦାବି ହେଉଛି। ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମ୍ନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି। ଚିକିତ୍ସା ସହିତ ସହଯୋଗ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି।

Leave a Reply

Your email address will not be published. Required fields are marked *

Back to top button