ଇସ୍ରାଏଲ୍‌ ଆକ୍ରମଣ ଯୋଜନାରେ ଇରାନ୍‌ ସହଯୋଗ କରିଥିଲା

ନୂଆଦିଲ୍ଲୀ :ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌ ଇସ୍ରାଏଲ୍‌ ଉପରେ କରିଥିବା ଆକ୍ରମଣ ଯୋଜନାରେ ଇରାନ୍‌ ସହାୟତା କରିଥିଲା। ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଏହି ରିପୋର୍ଟ କରିଛି।

ଖବର ଅନୁଯାୟୀ ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର ବରିଷ୍ଠ ସଦସ୍ୟମାନେ ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌କୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଆୟୋଜିତ ଏକ ବୈଠକରେ ଇରାନ୍‌ ଆକ୍ରମଣକୁ ଅନୁମୋଦନ କରିଥିଲା। ଇସ୍ରାଏଲ୍‌ ଉପରେ ଜଳ, ସ୍ଥଳ ଓ ଆକାଶରୁ ଏକସଙ୍ଗେ ଆକ୍ରମଣ କରିବା ଲାଗି ଅଗଷ୍ଟ ମାସରୁ ଇରାନ୍‌ର ସବୁଠୁ ଶକ୍ତିଶାଳୀ ସେନା ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରି ଗାର୍ଡ କର୍ପ’ର (ଆଇଆର୍‌ଜିସି) ଅଧିକାରୀମାନେ ହମାସ୍‌ ସହିତ କାର୍ଯ୍ୟ କରୁଥିଲେ ବୋଲି ସେମାନେ କହିଛନ୍ତି।

ଏହାଛଡା ବେରୁଟ୍‌ ଆୟୋଜିତ କେତେ ଗୁଡ଼ିଏ ବୈଠକରେ ଇସ୍ରାଏଲ୍‌ ଆକ୍ରମଣ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଆଇଆର୍‌ଜିସି ଅଧିକାରୀ ଓ ଇରାନ୍‌ ସମର୍ଥିତ ୪ଟି ଆତଙ୍କବାଦୀ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଅନ୍ୟୂନ ୨ଟି ବୈଠକରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୋସେନ୍‌ ଅମିର୍‌-ଅବ୍‌ଦୋଲାହିୟାଁ ଯୋଗ ଦେଇଥିଲେ ବୋଲି ହମାସ୍‌ ଓ ହେଜ୍‌ବୋଲ୍ଲା ସଦସ୍ୟମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button