ଶାସକଦଳ ପାଇଁ ସରକାରୀ କର୍ମଚାରୀ ଟଙ୍କା ବାଣ୍ଟୁଛନ୍ତି : ବିଜେପି

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନ ମୁକ୍ତ ଅବାଧ ହେଉ ନାହିଁ। ଶାସକ ଦଳ ସରକାରୀ କଳକୁ ନିର୍ବାଚନ ପ୍ରଚାରରେ ଲଗାଉଛି। ଏହା ନିର୍ବାଚନ ଆଚରଣ ବିଧି ଉଲଘଂନ। ଏହି ଅଭିଯୋଗ ଆଣି ଆଜି ବିଜେପି ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ନିକଟରେ ଫେରାଦ ହୋଇଛି।

ବିଜେପି ଟିମ କହିଛି କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଞ୍ଚାୟତର କମ୍ୟୁନିଟି ରିସୋର୍ସ ପର୍ସନ ଅଶ୍ମିତା ନାୟକ, ବିନତା ନାୟକ, ଜେ ପଣ୍ଡାକି ମାଲ, ପୂଜା ପଟେଲ ଏମାନେ ସରକାରୀ ଚାକିରୀରେ ଥାଇ ମଧ୍ୟ ନିର୍ବାଚନ ପ୍ରଚାର ସହିତ ବିଜେଡି ପାଇଁ ଟଙ୍କା ବାଣ୍ଟୁଛନ୍ତି। ସେହିପରି ସୁରୁଚି ପାଢ଼ି ନାନୀ ଅଙ୍ଗନବାଡ଼ି କର୍ମୀ। ସେ ସାମାଜିକ ଗଣମାଧମରେ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି। ଦୀପାଳିଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିବା ନିର୍ବାଚନ ଆଚରଣ ବିଧି ଉଲଂଘନ। ଶାସକ ଦଳ କିଭଳି ସରକାରୀ କର୍ମଚାରୀଙ୍କୁ ଲଗାଇ ପ୍ରଚାର କରୁଛି ସେ ବାବଦରେ ସିଇଓଙ୍କୁ ଅବଗତ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button