ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ଼ ଘଟଣାରେ ପୋଲସ୍‌ ହାତ ଖାଲି

କେନ୍ଦୁଝର : ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ଦୁଇଦିନ ବିତିଯାଇଥିଲେ ହେଁ ଦୁର୍ବୃତ୍ତଙ୍କୁ ପୋଲିସ ଧରିପାରିନି। ସେମାନେ ଖୁଲା ବୁଲୁଥିବାରୁ କେନ୍ଦୁଝର ବିଜେପି ପକ୍ଷରୁ ସହର ଗାନ୍ଧି ଛକ ଠାରେ ଆଜି ରାସ୍ତା ଅବରୋଧ କରାଯାଇଥିଲା।

କେବେଳ ସେତିକି ନୁହେଁ ବିଜେପି ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ପ୍ରତିନିଧି ଦଳ କେନ୍ଦୁଝରରେ ପହଞ୍ଚି ବୋମା ମାଡ ହୋଇଥିବା ସ୍ଥଳ ବୁଲି ଦେଖିବା ସହିତ ଗାନ୍ଧି ଛକ ଠାରେ ଚାଲିଥିବା ଧାରଣାରେ ସାମିଲ ହୋଇଥିଲେ। ଏହାପରେ ଏସପିଙ୍କ ସହ ସର୍କିଟ ହାଉସଠାରେ ଆଲୋଚନା କରିଥିଲେ। ଏସ୍‌ପି ରାସ୍ତା ଅବରୋଧ ହଟାଇବା ସହ ସାତଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ଓ ତଦନ୍ତର ଅଗ୍ରଗତି ସଂପର୍କରେ ବିଧାୟକମାନଙ୍କୁ ଅବଗତ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button