ଇସ୍ତଫା ଦେଲେ ଏନ୍‌ସିପିର ଜାତୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ : ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି (ଏନ୍‌ସିପି) ସଭାପତି ପଦରୁ ବରିଷ୍ଠ ନେତା ଶରଦ ପାୱାର ଇସ୍ତଫା ଦେଇଥିଲେ। ଆଜି ପଥ ଅନୁସରଣ କରି ବିଧାୟକ ଜିତେନ୍ଦ୍ର ଅହ୍ଵାଡ଼ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମକୁ ଜିତେନ୍ଦ୍ର ଅହ୍ଵାଡ଼ କହିଛନ୍ତି ଜାତୀୟ ସାଧାରଣ ସମ୍ପାଦକ ପଦରୁ ମୁଁ ଇସ୍ତଫା ଦେଇଛି। ମୋର ଇସ୍ତଫା ପତ୍ର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ନିକଟକୁ ପଠାଇଛି। ଦଳର ମୁଖ୍ୟ ପଦବୀରୁ ଇସ୍ତଫା ଦେବେ‌ ବୋଲି ପାୱାର୍‌ ସାହେବ ଘୋ‌ଷଣା କରିବା ପରେ ଥାନେର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button