ମଇଁଷି ଫାର୍ମର ବନ୍ଦ ଘରୁ ମିଳିଲା ଦୁଇ କର୍ମଚାରୀଙ୍କ ମୃତଦେହ

ଭୁବନେଶ୍ଵର : ରାଜଧାନୀ ଉପକଣ୍ଠ ଭିଙ୍ଗାରପୁର କାଜ ନିକଟ ଏକ ବନ୍ଦ ଘରୁ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା ନାମକ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସେମାନେ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ମଇଁଷି ଫାର୍ମର ମାଲିକ ଅଜୟ ଗତକାଲି ରାତିରେ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ଅଜୟଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଅଜୟ ଶୋଇପଡ଼ିଥିବାରୁ ଫୋନ୍ ଉଠାଇ ପାରିନଥିଲେ। ସକାଳେ ସୁଶାନ୍ତ ଓ ଜଗବନ୍ଧୁ ଫୋନ୍ କରିଥିବା ଦେଖି ଅଜୟ ସେମାନଙ୍କୁ କଲ୍‌ବେକ୍‌ କରିଥିଲେ। ହେଲେ କେହି ଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ଖୋଲିବାରୁ ପୋଲିସସକୁ ଫୋନ୍ କରିଥିଲେ। ପୋଲିସ ସେଠାରେ ପହଞ୍ଚି କବାଟ ଭାଙ୍ଗି ଦେଖିଲେ ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଛି।

ସୁଶାନ୍ତ ଓ ଜଗବନ୍ଧୁଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ସେମାନେ ଆତ୍ମହତ୍ୟା କରିଛନ୍ତି ତା’ର କାରଣ ଜଣାପଡ଼ିନାହିଁ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button