ରାଜନୈତିକ ଦଳର ଚାନ୍ଦା : ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜନୈତିକ ଦଳ ଗୁଡିକ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କେତେ ଚାନ୍ଦା ଆଦାୟ କରିଛନ୍ତି ତାହାର ତଥ୍ୟ ଦେବେ ନିର୍ବାଚନ କମିଶନ। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର୍‌ ଗଓ୍ୱଇ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମୋନଜ ମିଶ୍ରାଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ମାମଲର ଶୁଣାଣି କରିଛନ୍ତି। ଇଲେକ୍ଟୋରାଲ ବଣ୍ଡରୁ ରାଜନୈତିକ ଚାନ୍ଦାକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ମାଗିଛନ୍ତି। ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଦଳକୁ କେତେ ଚାନ୍ଦା ମଳିଛି ଓ କିଏ କେତେ ଟଙ୍କା ଆଦାୟ କରିଛନ୍ତି ସେ ସବୁର ତଥ୍ୟ ଦେବାକୁ କହଛନ୍ତି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ଯଦି ଆବଶ୍ୟକ ପଡେ ଡାଟା ସଂଗ୍ରହ କରିବା ପାଇଁ ଆପଣ ଷ୍ଟେଟ୍‌ ବ୍ୟାଙ୍କଠାରୁ ତଥ୍ୟ ନେଇପାରିବେ ବୋଲି ସିଜେଆଇ କହିଛନ୍ତି।

୨୦୧୯ରେ ପାରିତ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ବଣ୍ଡ ମାଧ୍ୟମରେ ଫଣ୍ଡ ନେଉଥିବା ସମସ୍ତ ରାଜନୈତିକ ଦଳର ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନକଙ୍କୁ ଦେବାକୁ କୁହାଯାଇଥିଲା। ଏହାସତ୍ତ୍ଵେ ୨୦୧୯ ପରଠାରୁ ଏ ବାବଦରେ କୌଣସି ଡାଟା କାହିଁକି ଦିଆଯାଇନାହିଁ ବୋଲି ଇସିଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି। ଆପଣଙ୍କ ପାଖରେ ୨୦୨୩ ଯାଏଁ ସମସ୍ତ ଡାଟା ରହିବା ଆବଶ୍ୟକ ବୋଲି ଜଷ୍ଟିସ ସଞ୍ଜିବ ଖନ୍ନା କହିଛନ୍ତି। ସୂଚନାଯୋଗ୍ୟ ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାରେ ୪ଟି ଆବେଦନ ଦାଖଲ ହୋଇଛି। ଏଥିରେ କଂଗ୍ରେସ ନେତା ଜୟା ଠାକୁର ଓ ସିପିଏମ୍‌ର ପିଟିସନ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *

Back to top button