ଶପଥ ନେଲେ ମୁଖ୍ୟ ସୂଚନା କମିସନର ଜଳଦ ତ୍ରିପାଠୀ

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ସୂଚନା କମିସନର ଭାବେ ଆଜି ଜଳଦ କୁମାର ତ୍ରିପାଠୀ ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜଭବନର ଅଭିଷେକ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ପ୍ରଫେସର ‌ଗଣେଶୀ ଲାଲ ନବ ନିଯୁକ୍ତ ମୁଖ୍ୟ ସୂଚନା କମିସନର ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଆରେ ଶପଥ ପାଠ କରାଇଥିଲେ।

ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟପାଳଙ୍କ ଅନୁମତି କ୍ରମେ ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ପତ୍ର (ୱାରେଣ୍ଟ ଅଫ ଆପଏଣ୍ଟମେଣ୍ଟ) ପାଠ କରିଥିଲେ। ଶପଥ ପାଠ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, କଟକ-ଭୁବନେଶ୍ବର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କ ପତ୍ନୀ ଓ ପରିବାର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ନିର୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଓ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button