ମାହାଙ୍ଗା ଡବଲ ମର୍ଡର : ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢ଼ିଲା

କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଜାନୁଆରି ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି ୧୯ ଡିସେମ୍ବର ଯାଏଁ ଥିଲା। ଜାନୁଆରି ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ତେଣୁ ବିଧାୟକଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ।

ଖବର ଅନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଇନଜୀବୀ ଡି ପି ଧଳ ଓ ଅଂଶୁମାନ ରାୟ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରଯାଇଥିଲା। ଏହାର ତଦନ୍ତ କରି ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ନଥିଲା। କିନ୍ତୁ ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିଲା। ପୋଲିସ ଚାର୍ଜସିଟ ବିରୋଧରେ ମୃତକଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ହାଇକୋର୍ଟ ୨୦୨୩ ନଭେମ୍ବର ୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶର ସାର୍ଟିଫାଏଡ କପି ଶ୍ରୀ ଜେନାଙ୍କ ତରଫରୁ ଦାଖଲ କରାଯାଇଥିଲା। ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯କୁ ଧାର୍ଯ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button