କଂଗ୍ରେସ ନେତା ବିଭି ଶ୍ରୀନିବାସଙ୍କୁ ଆସାମ ପୋଲିସର ସମନ

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ନେତ୍ରୀ ଅଙ୍ଗକିତା ଦତ୍ତଙ୍କ ଅଭିଯୋଗ ଆଧାରରେ ଆସାମ ପୋଲିସ ଭାରତୀୟ ଜାତୀୟ କଂଗ୍ରେସ (ଆଇୱାଇଏସ୍) ଅଧ୍ୟକ୍ଷ ବିଭି ଶ୍ରୀନିବାସଙ୍କୁ ଆଜି ସମନ କରିଛି। ମଇ ୨ ତାରିଖରେ ଗୌହାଟି ଦିଶପୁର ଥାନାରେ ହାଜର ନହେଲେ ଗିରଫ କରାଯିବ ବୋଲି ଦିଆଯାଇଛି ଚେତାବନୀ।

ଖବର ଅନୁଯାୟୀ ଆସାମ ପୋଲିସ ଶନିବାର ବେଙ୍ଗାଲୁରୁ ଯାଇ ଆଇୱାଇଏସ୍ ଅଧ୍ୟକ୍ଷ ଶ୍ରୀନିବାସଙ୍କୁ ନୋଟିସ୍ ଦେଇଛି। ଏଥିରେ କୁହାଯାଇଛି ଅଭିଯୋଗ ଅନୁସାରେ ଆପଣଙ୍କୁ ପଚାରି ସତ୍ୟାସତ୍ୟ ଜାଣିବାର ଆବଶ୍ୟକତା ରହିଛି। ତେଣୁ ଦିଶପୁର ଥାନାରେ ମଇ ୨ ତାରିଖ ୧୧ଟା ପୂର୍ବରୁ ହାଜର ହେବାକୁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଯଦି ନିର୍ଦ୍ଦେଶକୁ ନ ମାନନ୍ତି ତେବେ ଶ୍ରୀନିବାସଙ୍କୁ ସିଆରପିସି ଧାରା ୪୧ଏ (୩) ଏବଂ (୪) ଆଧାରରେ ଗିରଫ କରାଯାଇପାରେ ବୋଲି ନୋଟିସ୍‌ରେ କୁହାଯାଇଛି।

କାମରୁପ ଗୌହାଟି ପୁଲିସ କମିଶନରେଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୌହାଟି ଆସିଷ୍ଟାଣ୍ଟ ପୁଲିସ ଡେପୁଟି କମିଶନର ମୈତ୍ରେଇ ଡେକା ଏହି ନୋଟିସ୍ ପଠାଇଛନ୍ତି। ଯଦି ଶ୍ରୀନିବାସ ପୁଲିସ ନିର୍ଦ୍ଦେଶକୁ ନ ମାନନ୍ତି ତେବେ ସିଆରପିସି ଧାରା ୪୧ଏ(୩) ଏବଂ(୪) ଆଧାରରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ମଧ୍ୟ ନୋଟିସ୍‌ରେ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ ଅଧିବେଶନ ଚାଲିଥିବା ବେଳେ ଅଙ୍ଗକିତାଙ୍କୁ ଶ୍ରୀନିବାସ କହିଥିଲେ ଏ ଝିଅ ତୁମେ ମଦ ପିଇ ମେସେଜ୍ କରୁଛି କି ? କଣ ପିଉଛ ଭୋଡ୍‌କା ନା ଟକିଲା ? ଦଳର ବରିଷ୍ଠ ନେତାଙ୍କ ପାଖରେ ଅଭିଯୋଗ କରିବେ ବୋଲି ଅଙ୍ଗକିତା କହିବାରୁ ପରିଣାମ ଭୟଙ୍କର ହେବ ବୋଲି ଶ୍ରୀନିବାସ ତାଙ୍କୁ ଧମକ ଦେଉଥିଲେ। ଗତ ୬ ମାସ ହେଲା ଶ୍ରୀନିବାସ ତାଙ୍କର ଉତ୍ପୀଡ଼ନ କରୁଥିଲେ ବୋଲି ଅଙ୍ଗକିତା ବା ଦିଶପାରୁ ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button