ପରୀକ୍ଷାରେ କପି ଯୋଗାଇବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର

ନୂଆଦିଲ୍ଲୀ : ପରୀକ୍ଷାରେ କପି ଯୋଗାଇବାକୁ ଏଆଇ ବା ଆଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର। ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଏହି ଜ୍ଞାନ କୌଶଳ ବ୍ୟବହାର କରି କପି ଯୋଗାଉଥିବା ଜଣେ ଅଭିଯୁକ୍ତକୁ ଏସଆଇଟି ଗିରଫ କରିଛି।

ଖବର ଅନୁଯାୟୀ ଅଭିଯୁକ୍ତ ଏଆଇ ଜ୍ଞାନ କୌଶଳରେ ନିର୍ମିତ ଚାର୍ଟ ଜିପିଟି ଆପ୍ ବ୍ୟବହାର କରି ଉତ୍ତର ଯୋଗାଇଥିଲେ। ଅଭିଯୁକ୍ତଙ୍କ ନାଁ ପୁଲା ରମେଶ। ସେ ତେଲେଙ୍ଗାନାର ନର୍ଥ ପାୱାର ଡିଷ୍ଟ୍ରିବ୍ୟୁଶନରେ କାମ କରୁଥିଲେ। କିଛିଦିନ ପୂର୍ବରୁ ତେଲେଙ୍ଗାନା ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିୟର ପରୀକ୍ଷା ଓ ଡିଭିଜନାଲ ଆକାଉଣ୍ଟ ଅଫିସର ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିଲା। ପୁଲା ରମେଶ ପ୍ରଶ୍ନପତ୍ର ହାତେଇବା ପରେ ଏହାର ଉତ୍ତର ସଂଗ୍ରହ କରିଥିଲେ। ପରେ ଚାର୍ଟଜିପିଟି ଆପ ଜରିଆରେ ଉତ୍ତର ବାହାର କରି ପରୀକ୍ଷାର୍ଥୀଙ୍କୁ ଯୋଗାଇଥିଲେ। ପରୀକ୍ଷାର୍ଥୀମାନେ କାନପୁଡା ଭିତରେ ସ୍ୱତନ୍ତ୍ର ଇୟରବର୍ଡ ବ୍ୟବହାର କରି ଉତ୍ତର ପାଇଥିଲେ। କିନ୍ତୁ ସେଠାରେ ଥିବା ଶିକ୍ଷକ ଏହାର କୌଣସି ଟେର ପାଇନଥିଲେ। ଅଭିଯୁକ୍ତ ୭ଜଣ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ୪୦ଲକ୍ଷ ଟଙ୍କା ରୋଜଗାର କରିଥିଲେ। ପରୀକ୍ଷାରେ ଅସାଧୁ ଉପାୟରେ ଅଧିକ ମାର୍କ ରଖିବାକୁ ଏବେ ଚାର୍ଟଜିପିଟି ବ୍ୟହାରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *

Back to top button