କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି।

ଖବର ଅନୁଯାୟୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ଏହି ପ୍ରସ୍ତାବ ଆଗତ କରି ତାଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିଲେ। ତାଙ୍କର ପ୍ରସ୍ତାବକୁ ବାଚସ୍ପତି ମାନିନେଇଥିଲେ। ଏହି ସମୟରେ ଅଧୀର ରଂଜନ ଓ କଂଗ୍ରେସର ଅନ୍ୟ ସାଂସଦମାନେ ଗୃହରେ ଉପସ୍ଥିତ ନଥିଲେ। କାରଣ ସେମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ। ତେବେ
ଅଧୀର ରଞ୍ଜନଙ୍କ ନିଲମ୍ବନକୁ କଂଗ୍ରେସ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି କହିଥିବା ବେଳେ ଶୁକ୍ରବାର ଗୃହ ଚଳାଇ ଦେବନାହିଁ ବୋଲି କହିଛି। କଂଗ୍ରେସ ଉପନେତା କେ. ସୁରେଶ ନିଲମ୍ବନକୁ ନେଇ କହିଛନ୍ତି ଏହା ଗଣତନ୍ତ୍ରର ହତ୍ୟା।

Leave a Reply

Your email address will not be published. Required fields are marked *

Back to top button