ଉଭୟ ଗୃହରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଲା

ନୂଆଦିଲ୍ଲୀ : ଲୋକସଭାରେ ହଟ୍ଟଗୋଳ କରିବାରୁ ଆଜି ୪୯ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।
ଗୃହରେ ‘ଅସାମ୍ବିଧାନିକ ଆଚରଣ’ ଅଭିଯୋଗରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ।

ଖବର ଅନୁଯାୟୀ ସଂସଦ ଭବନ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି ରଖନ୍ତୁ। ଏହି ଦାବିରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ଏହି କାରଣ ପାଇଁ ଚଳିତ ଶୀତ ଅଧିବେଶନରେ ସାଂସଦଙ୍କ ନିଲମ୍ବନ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ ହୋଇଥିଲେ। ଆଜି ୪୯ ଜଣ ସାଂସଦ ନିଲମ୍ବିତ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଉଭୟ ଗୃହରୁ ୧୪୧ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

ସୂଚନାଯୋଗ୍ୟ ସଂସଦକୁ କିଛି ଯୁବକ ପ୍ରବେଶ କରି ଗ୍ୟାସ୍ ସ୍ପ୍ରେ କରିବା ଘଟଣାର ପରଦିନ ଅର୍ଥାତ୍ ଡିସେମ୍ବର ୧୪ରେ ୧୩ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ରାଜ୍ୟସଭା ଓ ଅନ୍ୟମାନେ ଲୋକସଭା ସାଂସଦ ଥିଲେ। ଏହାପରେ ଗତକାଲି ସମାନ ଦାବିରେ ହଟ୍ଟଗୋଳ କରି ଲୋକସଭାରୁ ୩୪ ସାଂସଦ ନିଲମ୍ବିତ ହୋଇଥିଲେ। ସେହିପରି ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିବାରୁ ୪୫ ଜଣ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ନିଲମ୍ବିତ କରିଥିଲେ। ଗୃହରେ ସାଂସଦମାନେ ନିଜକୁ ଦଙ୍ଗାକାରୀ ସଜାନ୍ତୁ ନାହିଁ ବୋଲି ଅଧ୍ୟକ୍ଷ ଆହ୍ୱାନ କରିଥିଲେ। ତଥାପି ସାଂସଦମାନେ ହଟ୍ଟଗୋଳ ଜାରି ରଖିଛନ୍ତି। ଅନ୍ୟପଟେ ନିଲମ୍ବିତ ସାଂସଦମାନେ ସଂସଦ ଆଗରେ ଧାରଣାରେ ବସିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ମଙ୍ଗଳବାର ଇଣ୍ଡିଆ ମେଣ୍ଟ ବୈଠକ ବସିଛି। ଆଗକୁ ବିରୋଧୀ ଦଳ ସାଂସଦମାନଙ୍କ ରଣନୀତି କ’ଣ ହେବ ତାହା ବୈଠକରେ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *

Back to top button