ଭିଆରଏସ ନେବେ ଅଭ୍ୟାସଗତ ମଦ୍ୟପ ପୋଲିସ ଅଧିକାରୀ

ଗୌହାଟି : ନିୟମିତ ମଦ୍ୟପାନ କରୁଥିବା ବା ଅଭ୍ୟାସଗତ ମଦ୍ୟପ ପୋଲିସ ବାବୁମାନଙ୍କ ସ୍ଵେଚ୍ଛାକୃତ ଅବସର ନେବାକୁ ପଡିବ। ଆସାମ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତୁରନ୍ତ ଚାକିରି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି ଯେଉଁମାନେ ଅଭ୍ୟାସଗତ ମଦ୍ୟପ ସେମାନେ ଆଉ ପୋଲିସ ଚାକିରି କରିବାକୁ ଫିଟ୍ ନୁହଁନ୍ତି। ସେମାନେ ଅସୁସ୍ଥ ହୋଇସାରିଥିବାରୁ ଶରୀର ଆଉ ସାଥ୍ ଦେଉନାହିଁ। ତେଣୁ ସରାକାର ସେମାନଙ୍କ ପାଇଁ ଏକ ଯୋଜନା ଆଣିଛନ୍ତି ତୁରନ୍ତ ସେମାନେ ନିଜ ଇଚ୍ଛାରେ ଚାକିରିରୁ ଅବସର ନେଇପାରିବେ। ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଥିବା ସେ ସୂଚନା ଦେଇଛନ୍ତି।

ସେଥିପାଇଁ ରାଜ୍ୟରେ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ଏକ ୩୦୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ତୁରନ୍ତ ଭିଆରଏସ ନେବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତ ହେବ। ମଇ ୧୦ ତାରିଖରୁ ଏହି ନିୟମ ଲାଗୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପୋଲିସ ବିଭାଗରେ କମ୍ପନ ସୃଷ୍ଟି କରିଥିବା ବେଳେ ସଧାରଣରେ ଏହାକୁ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button