ହେୟାର ଷ୍ଟାଇଲ୍ ଖରାପ କରିବାରୁ ସେଲୁନ ଗଣିବ ୨କୋଟି

ନୂଆଦିଲ୍ଲୀ : ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ଓ ହେୟାର ଟ୍ରିଟମେଣ୍ଟ ଭୁଲ୍ ଉପାୟରେ କରିଥିବାରୁ ସେଲୁନ ଗଣିବ ୨ କୋଟି ଟଙ୍କା କ୍ଷତିପୂରଣ। ଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ୨୦୧୮ରେ ମଡେଲ ଆଶନା ରାୟ ଦିଲ୍ଲୀର ଏକ ହୋଟଲରେ ଥିବା ସେଲୁନକୁ ହେୟାର ଟ୍ରିଟମେଣ୍ଟ ପାଇଁ ଯାଇଥିଲେ। ଆଶନା ହେୟାର ପ୍ରଡକ୍ଟର ମଡେଲ ଓ ଅନେକ ବଡ଼ବଡ଼ ହେୟାର କେୟାର ବ୍ରାଣ୍ଡ ପାଇଁ ମେଡଲିଂ କରିଛନ୍ତି। କିନ୍ତୁ ସେଲୁନର କର୍ମଚାରୀ ତାଙ୍କ କେଶ ଭୁଲ ଢଙ୍ଗରେ କାଟିବା ସହିତ ଖରାପ ଟ୍ରିଟମେଣ୍ଟ ଦେଇଥିବାରୁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଭାଙ୍ଗି ବି ଯାଇଥିଲା ଟପ ମଡେଲ ହେବାର ସ୍ୱପ୍ନ। ଘଟଣା ସମ୍ପର୍କ‌ରେ ଆଶନା ସେଲୁନ ପରିଚାଳକଙ୍କୁ ଅଭିଯୋଗ କରିବାରୁ ସେ ବିନା ମୂଲ୍ୟରେ ହେୟାର ଟ୍ରିଟମେଣ୍ଟ ଦେବେ ବୋଲି କହିଥିଲେ। ଏହି ଟ୍ରିଟମେଣ୍ଟ ଦେବା ଫଳରେ ତାଙ୍କ ମୁଣ୍ଡରେ ଆଲର୍ଜି ହେବା ସହିତ କେଶରେ ଅନେକ ସମସ୍ୟା ଦେଖା ଦେଇଥିଲା।

ଏହାପରେ ଆଶନା ଜାତୀୟ ଉପଭୋକ୍ତା ବିବାଦର ନିବାରଣ ଆୟୋଗରେ ତିନିକୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଉକ୍ତ ମାମଲାରେ ଅଭିଯୋଗକାରୀଙ୍କୁ ଦୁଇକୋଟି ଟଙ୍କା କ୍ଷତିପୂରଣ ଦିଆଯିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ଅଭିଯୋଗକାରୀଙ୍କୁ ଏହି କ୍ଷତିପୂରଣ ରାଶି ଦିଆଯିବ ବୋଲି ନିର୍ଦ୍ଦେଶ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button