୧୫ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତିକରୁଛି। ଏହା ଆହୁରି ତୀବ୍ରତର ହୋଇ ଜୁନ୍ ୧୫ ତାରିଖରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ନିକଟରେ ଗତିକରିବ। ମଧ୍ୟାହ୍ନ ସୁଦ୍ଧା କରାଚୀରେ ଲ୍ୟାଣ୍ଡଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ଟୁଇଟ୍‌ କରି ଲେଖିଛି ରାତି ୨.୩୦ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ତେବେ ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳ ବର୍ଷା ଓ ବତାସ ହେବ। ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବେ କେରଳର ୮ଟି ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଓ ବତାସ ପ୍ରବାହ ସମ୍ଭାବନା ଥିବାରୁ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button