ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଏକପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓ ଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନର ବୋଲି କୁହାଯାଉଛି।

ଖବର ଅନୁଯାୟୀ ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସହଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଯାତ୍ରା ସମୟରେ ପରିବାର ଲୋକଙ୍କ ସହ ଯାତ୍ରୀ ଯାଉଥିବା ବେଳେ ଏଭଳି ଘଟଣା ଘଟିବା ଖୁବ ଲଜ୍ଜାକର। ତେଣୁ ଅନେକ ଯାତ୍ରୀ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନଙ୍କୁ ଅଭିଯୋଗ କରିଛନ୍ତି। ଡିଏମଆରସି ବାରମ୍ବାର ଯାତ୍ରୀମାନଙ୍କୁ ମେଟ୍ରୋ ଭିତରେ ଏପରି କାମ ନ କରିବାକୁ ଅନୁରୋଧ କରିଆସୁଥିଲେ ହେଁ ଏପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି।

ପ୍ରେମୀଯୁଗଳଙ୍କ ବିନା ଅନୁମତିରେ ତାଙ୍କ ଭିଡିଓ ଉତ୍ତୋଳନ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅପରାଧ। ତେଣୁ ଭିଡିଓ ଉତ୍ତୋଳନ କରିଥିବା ସହଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button