ରାହୁଲ ଗାନ୍ଧିଙ୍କ ନାଁ’ରେ ୪ ମହଲା କୋଠା କରିଦେଲେ ମହିଳା

ନୂଆଦିଲ୍ଲୀ : ଲୋକସଭାର ସଦସ୍ୟ ପଦ ରଦ୍ଦ ହେବାପରେ କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ସରକାରୀ କ୍ୱାର୍ଟର ଖାଲି କରିବାକୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଫଳରେ କଂଗ୍ରେସ କର୍ମୀ ଓ ନେତାମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୁଷ୍ଟ। କିନ୍ତୁ ଦିଲ୍ଲୀର ଜଣେ ମହିଳା ଦିଲ୍ଲୀରେ ଥିବା ତାଙ୍କ ଘରକୁ ରାହୁଲଙ୍କ ନାମରେ କରି ଦେଇଛନ୍ତି। ରାଜକୁମାରୀ ଗୁପ୍ତା ନାମକ ଏହି ମହିଳା ଜଣଙ୍କ ହେଉଛନ୍ତି ମହିଳା କଂଗ୍ରେସ ସେବାଦଳର ଅଧ୍ୟକ୍ଷା।

ରାଜକୁମାରୀ ମଙ୍ଗୋଲପୁରୀ ଅଞ୍ଚଳରେ ଥିବା ଏହି ୪ ମହଲା ଘରକୁ ରାହୁଲଙ୍କ ନାମରେ କରିଦେଇଥିବା କଂଗ୍ରେସ ସେବା ଦଳର ଅଧିକାରୀକ ଟ୍ୱିଟ୍‌ରେ ପୋଷ୍ଟ କରାଯାଇଛି। ସେ ଇନ୍ଦିରା ଗାନ୍ଧିଙ୍କ ସମୟରେ ଏହି ଘର ପାଇଥିଲେ। ରାଜକୁମାରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲଙ୍କୁ ସରକାରୀ କ୍ୱାର୍ଟରରୁ କାଢି ଦେଇ ପାରନ୍ତି କିନ୍ତୁ ଲୋକଙ୍କ ହୃଦୟରୁ କାଢିପାରିବେନି।

ସୂଚନାଯୋଗ୍ୟ ମୋଦି ସରନେମ କେସ୍‌ରେ ଗୁଜରାଟର ସୁରଟ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ଜେଲ ଦଣ୍ଡାଦେଶ ଓ ୧୫ ହଜାର ଟଙ୍କାର ଜରିମନା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button