ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ଵର : ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଆଜି ସକାଳୁ ୭ଟି ସ୍ଥାନରେ ରେଡ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ଚଢ଼ଉ କରାଯାଇଛି। ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍‌ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡାଘର ସମେତ ମୟୂରଭଞ୍ଜ ଥିବା ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରୁଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗର ୭ଜଣ ଡିଏସ୍‌ସି ଓ ୧୨ ଜଣ ଅଫିସର ଏହି ଚଢ଼ଉରେ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button