‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଶ୍ରଦ୍ଧା କାହିଁକି : ବସନ୍ତ ପଣ୍ଡା

ଭୁବନେଶ୍ୱର : ରାଜ୍ୟ ସରକାର “ଶ୍ରଦ୍ଧା” ନାଁ ଧରିଲେ ଡରୁଛନ୍ତି। ଏହା କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା।

ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି “ଶ୍ରଦ୍ଧା ଓ ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ ନିଲମ୍ବିତ କରିଛନ୍ତି। ଏହା ଇତିହାସରେ ଏକ ବିରଳ ଘଟଣା। ସେ କହିଲେ ବିରୋଧୀ ଦଳ ନେତା ଯେତେବେଳେ “ଶ୍ରଦ୍ଧା” କଥା କହିଲେ ସେତେବେଳେ ଶାସକ ଦଳର ମନ୍ତ୍ରୀମଣ୍ଡଳ ବିଚଳିତ ହୋଇଯାଇଥିଲେ। ବାସ୍ତବରେ ଏହି ଶ୍ରଦ୍ଧା କିଏ ? ତାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି ? ସେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ୍ ସିଟି କାହିିଁକି ଓ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ? ତାଙ୍କର ଟିକେଟ୍ କିଏ ଦେଲା ? ସେ ମୁଖ୍ୟମନ୍ତ୍ରୀଙ୍କ ସହ କିପରି ପରିଚିତ ହେଲେ ଏହାର ଉତର ପାଇବାକୁ ସାଢ଼େ ଚାରିକୋଟି ଓଡ଼ିଆ ଅପେକ୍ଷା କରି ବସିଛନ୍ତି। ‘ଶ୍ରଦ୍ଧା’ର କଥା ଲୋକଲୋଚନକୁ ଆଣନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଦାୟୀତ୍ୱରୁ ମୁକ୍ତ ହୁଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button