ପାରାଦୀପ ବନ୍ଦରରୁ ୫ କିଲୋ ବ୍ରାଉନ ସୁଗର ଜବତ

ପାରାଦୀପ : ପାରାଦୀପ ବନ୍ଦରରୁ ପ୍ରାୟ ୫ କେଜିରୁ ଅଧିକ ବ୍ରାଉନ ସୁଗାର କଷ୍ଟମ ବିଭାଗ ଜବତ କରିଛି। ଇଣ୍ଡୋନେସିଆରୁ ଆସୁଥିବା ବ୍ରାଉନ ସୁଗର ପାରାଦୀପ ଦେଇ ଡେନମାର୍କକୁ ଚୋରାଚାଲାଣ ହେଉଥିଲା।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜ ଏମ ଭି ଦେବୀ ପଣ୍ୟ ଆଣି ପାରାଦୀପରେ ପହଞ୍ଚିଥିଲା। ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଏହି ଜାହାଜରୁ ୫ କେଜି ବ୍ରାଉନ ସୁଗର ପେଟି କଢ଼ା ଯାଇ ଡେନମାର୍କ ଯିବାକୁ ଥିବା ଜାହାଜରେ ଲୋଡିଂ କରାଯିବା ବେଳେ କଷ୍ଟମ ବିଭାଗ ଧରିଥିଲା। ପୂର୍ବରୁ ବିଦେଶୀ ମଦ ଆଉ ସିଗାରେଟ କଲିକତାକୁ ଚାଲାଣ ବେଳେ ଧରାପଡିଥିଲା।

Leave a Reply

Your email address will not be published. Required fields are marked *

Back to top button