ବାହାନଗା ଟ୍ରେନ୍ ଦୁର୍ଘଟଣା ; ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର : ହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରା।

ଶ୍ରୀ ମିଶ୍ର କହିଛନ୍ତି ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ସେମାନେ ସତର୍କ ହୋଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି।

ଅନ୍ୟପକ୍ଷରେ ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମଚାରୀ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଛି।

Leave a Reply

Your email address will not be published. Required fields are marked *

Back to top button