ଅମୀରଙ୍କ ଝିଅ ଇରା ଖାନଙ୍କ ବିବାହ ଜାନୁଆରୀରେ

ମୁମ୍ଵାଇ : ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଝିଅ ଇରା ଓ ପ୍ରେମିକ ନୁପୁର ଶିଖରଙ୍କ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ୨୦୨୪ ନୂଆବର୍ଷ ଅର୍ଥାତ ଜାନୁଆରୀରେ ହେବ ବୋଲି ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଇରା ଓ ପ୍ରେମିକ ନୁପୁର ଶିଖର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେମାନେ ଉଦୟପୁରରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇରାଙ୍କ ସମ୍ପର୍କୀୟ କହିଛନ୍ତି ଉଦୟପୁରରେ ବିବାହ ପାଇଁ ଅତିଥିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ଇରା ୨୦୨୪ ଜାନୁୟାରୀ ୩ ତାରିଖରେ ବିବାହ କରିବେ। ପ୍ରଥମେ ତାଙ୍କ ପ୍ରେମିକ ସହିତ କୋର୍ଟ ବିବାହ କରିବା ପରେ ତିନିଦିନ ପର୍ଯ୍ୟନ୍ତ ବିବାହ ଉତ୍ସବ ଚାଲିବ।

ସୂଚନାଯୋଗ୍ୟ ନୁପୁର ଜଣେ ଫିଟନେସ୍ ପ୍ରଶିକ୍ଷକ। ସେ ଜିମରେ ଇରାଙ୍କୁ ଭେଟିବା ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କଲେ। ଗତବର୍ଷ ନଭେମ୍ବରରେ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button