ଗ୍ୟାସ୍‌ ସିଲିଣ୍ଡର୍‌ ୧୫ ଟଙ୍କା ବୃଦ୍ଧି

ଗ୍ୟାସ୍‌ ସିଲିଣ୍ଡର୍‌ ୧୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ପେଟ୍ରୋଲିୟମ୍‌ କମ୍ପାନିମାନେ ରୋଷେଇ ଗ୍ୟାସ ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି। ଆଜିଠାରୁ ନୂଆ ଦର ଲାଗୁ ହେବାପରେ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଅଣରିହାତି ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ହୋଇଛି ୮୯୯.୫୦ ଟଙ୍କା। ୫ କି.ଗ୍ରା. ଓଜନର ସିଲିଣ୍ଡର୍‌ ଦର ୫୦୨ ଟଙ୍କା।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧ ତାରିଖରେ ‘ଏଲ୍‌ପିଜି’ ମୂଲ୍ୟ ସିଲିଣ୍ଡର୍‌ପିଛା ୨୫ ଟଙ୍କା ବୃଦ୍ଧି ହୋଇଥିଲା। ଦିଲ୍ଲୀରେ ଅଗଷ୍ଟ ୧୭ ତାରିଖରେ ୧୪.୨ କି.ଗ୍ରା. ସିଲିଣ୍ଡର୍‌ର ଦର ଟ. ୨୫/- ବୃଦ୍ଧି ପାଇ ଟ.୮୫୯.୫ରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *

Back to top button