ଚିତ୍ତରଞ୍ଜନ ମହାନ୍ତି ହତ୍ୟାକାଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସାଲେପୁର : କଟକ ଜିଲ୍ଲା ସାଲେପୁର ବିଜେଡି ଯୁବନେତା ଚିତ୍ତରଞ୍ଜନ ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ରୋଧପୁର ଗ୍ରାମର ଦୁଷ୍ମନ୍ତ ଦାସ ଓ ସଞ୍ଜୟ ଭୋଇକୁ ଆଜୀବନ କାରାଦଣ୍ଡ। ଏଥିସହ ଏଡିଜେ କୋର୍ଟ ୭୦୦୦ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଚିତ୍ତରଞ୍ଜନ ମହାନ୍ତିଙ୍କୁ ତାଙ୍କ ଘର ସମ୍ମୁଖରେ ଏକାଧିକ ବୋମାମାଡ଼ କରି ହତ୍ୟା କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଦୁଷ୍ମନ୍ତ ଓ ସଞ୍ଜୟର ସଂପୃକ୍ତି ଥିବା ଜାଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଦୁଇ ଅଭିଯୁକ୍ତ ଜାମିନରେ ଆସିଥିଲେ। ଏହି ମାମଲାର ବିଚାର କରି କୋର୍ଟ ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button