ବ୍ୟୁଟି ପାର୍ଲର ଯାଇପାରିବେନି ମହିଳା

କାବୁଲ : ମହିଳାମାନେ ବ୍ୟୁଟି ପାର୍ଲର ଯାଇପାରିବେନି। ଆଫଗାନିସ୍ତାନର ତାଲିବାନ ସରକାର ଏହି କଟକଣା ଜାରି କରିଛି।

ଖବର ଅନୁଯାୟୀ ତାଲିବାନର ଉପାଧ୍ୟକ୍ଷ ଓ ନୈତିକତା ମନ୍ତ୍ରଣାଳୟ କାବୁଲ ମ୍ୟୁନିସିପାଲିଟିକୁ ତାଲିବାନ ନେତାଙ୍କ ନୂତନ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କହିଛି। ଫଳରେ ମହିଳାଙ୍କ ବ୍ୟୁଟି ପାର୍ଲର ଲାଇସେନ୍ସ ରଦ୍ଦ ହେବ। ତାଲିବାନର ଉପାଧ୍ୟକ୍ଷ ଓ ନୈତିକତା ମନ୍ତ୍ରଣାଳୟର ପ୍ରତିନିଧି ମହମ୍ମଦ ଆକିଫ୍ ମହାଜାର ଟୋଲୋ ନ୍ୟୁଜକୁ କହିଛନ୍ତି ତାଲିବାନ ସରକାର କାବୁଲ ଓ ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ବ୍ୟୁଟି ପାର୍ଲର ଉପରେ ପ୍ରତିବନ୍ଧକ ଲଗାଇଛି।

ଅନ୍ୟପକ୍ଷରେ ତାଲିବାନର ନିର୍ଦ୍ଦେଶକୁ ବିରୋଧ କରି ମେକଅପ୍ ଆର୍ଟିଷ୍ଟ ରେହାନ୍ ମୁବାରିଜ୍ କହିଛନ୍ତି ଆଫଗାନିସ୍ତାନରେ ପୁରୁଷମାନେ ବେକାରୀ ହୋଇଯାଇଥିବାରୁ ମହିଳାମାନେ ପରିବାର ଚଳାଇବାକୁ ବିୟୁଟି ପାର୍ଲରରେ କାମ କରିବାକୁ ବାଧ୍ୟ ହୁଅନ୍ତି । ଯଦି ସେମାନଙ୍କୁ ସେଠାରେ ନିଷିଦ୍ଧ କରାଯାଏ ତେବେ ଆମେ କ’ଣ କରିପାରିବୁ ? ଯଦି ପରିବାରର ପୁରୁଷମାନଙ୍କୁ ଚାକିରି ମିଳେ ତେବେ ଆମେ ଘରୁ ବାହାରକୁ ଯିବୁ ନାହିଁ। କିନ୍ତୁ ଏବେ ଆମକୁ ଭୋକ ଉପାସରେ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button