ହାଇକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ

କଟକ : ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଆଜି ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି।

ଖବର ଅନୁଯାୟୀ ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କର ସ୍ୱତନ୍ତ୍ର ଦକ୍ଷତା ରହିଛି। ଜଷ୍ଟିସ ମିଶ୍ର ଜୟପୁରଠାରେ ୧୯୬୮ମସିହାରେ ଜନ୍ମଗ୍ରହଣ କରିଥିଲେ। କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।

ସେହିପରି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ୨୦୦୪ ମସିହାରେ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାର ବିଭାଗରେ ଯୋଗ ଦେଇଥିଲେ। ୨୦୧୩ରେ ଜିଲ୍ଲା ଜଜ୍‌ ରେଗୁଲାର କ୍ୟାଡରରେ ଯୋଗଦାନ ଓ ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି। ଜଷ୍ଟିସ ଆନନ୍ଦ ୧୯୬୪ ମସିହାରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button