ବିଧାୟକ ଓ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ନେଇ ଏତଲା

ଭୁବନେଶ୍ଵର : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ସୋସିଆଲ ମିଡିଆରେ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସଂଯୁକ୍ତା ମହଲା ନାମକ ମହିଳା ଓ ବିକାଶ ବେହେରାଙ୍କ ନାଁରେ ବିଧାୟକ ଗତ ୧୬ ତାରିଖରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବିଜୁ ଜନତା ଦଳର ନାରୀ ନେତ୍ରୀ ସଂଯୁକ୍ତା ମହଲା କିଛି ମାସ ପୂର୍ବେ ବିଧାୟକ ଶ୍ରୀକାନ୍ତଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ବିଧାୟକ ତାଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଇଥିବା ସେ ଦର୍ଶାଇଥିଲେ। ମହିଳା ଥାନାରେ ଉପଯୁକ୍ତ ନ୍ୟାୟ ନପାଇବାରୁ ସଂଯୁକ୍ତା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି।

ଅନ୍ୟପକ୍ଷରେ ସଂଯୁକ୍ତା କହିଛନ୍ତି, ମୋତେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ଫସାଯାଇଛି। ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନି ନାହିଁ। ଅନେକ ଦିନ ତଳେ ବିକାଶଙ୍କ ସହ ଚାଟିଂ କରିଥିଲି। ମୋର କେବଳ ଏତିକି ଭୁଲ୍ ମୁଁ ମୋ ଫୋନ୍‌ ନମ୍ବର ଦେଇଛି। ତା’ ପରେ ବିକାଶ କେବେ ମୋତେ ଫୋନ୍‌ କରିନାହିଁ।

Leave a Reply

Your email address will not be published. Required fields are marked *

Back to top button