ଏଟିଏମ୍ ଲୁଟ୍ ପାଇଁ ମିଳିବ ୭ ବର୍ଷ ସଜା

ନୂଆଦିଲ୍ଲୀ : ଏଣିକି ଏଟିଏମ୍ ଲୁଟ୍ କରୁଥିବା ଅପରାଧୀଙ୍କ ପାଇଁ ଦଣ୍ଡବିଧାନ କଠୋର ହୋଇଛି। ପୂର୍ବରୁ ଏହି ଅପରାଧ ଲାଗି ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ନଥିଲା। କିନ୍ତୁ ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ର ବା ବିଏନଏସ୍-ଧାରା ୧୧୦ ଅନୁଯାୟୀ ୧ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ରହିଛି।

କେବଳ ସେତିକି ନୁହେଁ ଅନେକ ଅପରାଧ ପୂର୍ବରୁ ସଂଗଠିତ ଅପରାଧ ଭାବେ ଗଣାଯାଉନଥିଲା। ଆଇପିସିର ଭିନ୍ନ ଭିନ୍ନ ଧାରାରେ ଏସବୁର ବିଚାର କରାଯାଉଥିଲା। ଏହି ସମସ୍ୟା ସମାଧାନ ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଏଟିଏମ୍ ଲୁଟ୍, ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ବେଆଇନ ଟଙ୍କା ଉଠାଣ, ଗାଡ଼ି ଚୋରି ବା ଗାଡ଼ିରୁ ସାମଗ୍ରୀ ଚୋରି, ଘରୋଇ ଓ ବ୍ୟବସାୟିକ ଚୋରି,
ପକେଟ୍ ମାର, ଛିନତାଇ, ଦୋକାନରୁ ଚୋରି, ସରକାରୀ ଯାନବାହନରେ ଅଧିକ ଭଡ଼ା ଆଦାୟ, ଟିକେଟ୍ କଳାବଜାରୀ ଓ ପ୍ରଶ୍ନପତ୍ର ଲିକ୍ ଭଳି ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ସଂସଦରେ ଆଗତ ବିଲ୍ ଆଇନରେ ପରିଣତ ହେଲେ ନୂଆ ଅପରାଧର ବିଚାର ସହଜ ହେବ।

Leave a Reply

Your email address will not be published. Required fields are marked *

Back to top button