ଏନ୍‌ଆଇଆରଏଫ୍ ରାଙ୍କିଙ୍ଗ : ୯୩ ତମ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ୨୦୨୩ ପାଇଁ ପ୍ରକାଶ ପାଇଛି ଏନଆଇଆରଏଫ ରାଙ୍କିଙ୍ଗ। ଏହି ତାଲିକାରେ ସାମଗ୍ରିକ ବର୍ଗରେ ଆଇଆଇଟି ମାଡ୍ରାସ ଏକ ନମ୍ବରରେ ରହିଛି। ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓ ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

ଏନଆଇଆରଏଫ ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି। ବିଶେଷକରି ଶିକ୍ଷାଦାନ-ଉତ୍ସ, ଗବେଷଣା-ବୃତ୍ତିଗତ ଅଭ୍ୟାସ, ପାସ ହାର, ପହଞ୍ଚ-ଆଭିମୁଖ୍ୟ ଆଦି କ୍ଷେତ୍ରକୁ ନେଇ ଇଣ୍ଡିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ଦେଶର ଶୀର୍ଷ ୧୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଆଇଆଇଏସ୍‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ରହିଛି।

ସେହିଭଳି ଓଡ଼ିଶାର ସୋଆ ୧୫ତମ ସ୍ଥାନରେ ଥିବାବେଳେ ୧୬ତମ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛି। ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ସାମଗ୍ରିକ ବର୍ଗରେ ୨୬ ନମ୍ବରରେ ଓ ୨୯ ତମ ସ୍ଥାନରେ ରହିଛି କିଟି ବିଶ୍ୱବିଦ୍ୟାଳୟ। ଆଇଆଇଟି ଭୁବନେଶ୍ୱର ୯୧ତମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *

Back to top button