ପାକିସ୍ତାନର ଅଫିସିଆଲ୍‌ ଆକାଉଣ୍ଟ୍‌ ବ୍ଲକ୍‌

ସାନ୍‌ଫ୍ରାନ୍‌ସିସ୍‌କୋ : ଅଦାଲତଙ୍କ ଆଦେଶ ବା ଆଇଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ‘ଟୁଇଟର୍‌’ କମ୍ପାନିର ଗାଇଡ୍‌ଲାଇନ୍‌ ‘ଟୁଇଟର୍‌’କୁ ବାଧ୍ୟ କରିଛି। ଆଜି ‘ଟୁଇଟର୍‌’ ଜାରି କରିଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି।

ଏବେ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ ‘ଆକ୍‌ସେସ୍‌’ କଲେ ସେଥିରେ ଦେଖିବାକୁ ମିଳୁଛି ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistan ର ଆକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇଛି। ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକ୍ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ୨ଥର ବ୍ଲକ୍‌ କରାଗଲାଣି। ପ୍ରଥମେ ‘ଟୁଇଟର୍‌ ୨୦୨୨ ଅକ୍ଟୋବର୍‌ରେ ବ୍ଲକ୍‌ କରାଯାଇଥିଲା। ଜୁଲାଇରେ ମଧ୍ୟ ‘ଟୁଇଟର୍‌’ ଆକାଉଣ୍ଟ୍‌ କିଛି ବ୍ଲକ୍‌ ହୋଇଥିଲେ ହେଁ ତୁରନ୍ତ ସଚଳ କରିଦିଆଯାଇଥିଲା।

‘ରଏଟର୍ସ’ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ଓ କାନଡା ଭଳି ଦେଶରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌ ଦେଖି ହେବା ସହିତ ଭାବବିନିମୟ କରାଯାଇପାରୁଛି। ଅନ୍ୟପକ୍ଷରେ ଆକାଉଣ୍ଟ୍‌ ବ୍ଲକ୍‌ ସମ୍ପର୍କରେ ଭାରତ ଏବଂ ପାକିସ୍ତାନର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ରଏଟର୍ସ’କୁ ତୁରନ୍ତ କୌଣସି ବିବୃତି ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button