ଡିସେମ୍ବର ୧୬ ପରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଡିସେମ୍ବର ୧୬ ତାରିଖ ଅପରାହ୍ନ ୩ଟା ୪୭ ମିନିଟ୍‌ରେ ସୂର୍ଯ୍ୟଦେବ ଧନୁ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ତେଣୁ ସୂର୍ଯ୍ୟଙ୍କର ଏହି ଚଳନ କିଛି ରାଶି ପାଇଁ ଶୁଭ ଫଳ ଦାୟକ ହେବ। ଏହି ରାଶି ଉପରେ ପଡ଼ିବ ଭଲ ପ୍ରଭାବ। ଭାଗ୍ୟ ବଦଳିବା ସମ୍ଭାବନା ରହିଛି।

ଜ୍ୟୋତିଷଙ୍କ ମତରେ ମିଥୁନ ରାଶିର ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟ‌ରେ ମିଳିବ ସଫଳତା। ଆର୍ଥିକ ସଂକଟ ଦୂର ହୋଇପାରେ। ବ୍ୟବସାୟରେ ଲାଭ ହେବ।

କର୍କଟ ରାଶିର ବ୍ୟକ୍ତିଙ୍କୁ ମିଳିବ ମାନସମ୍ମାନ। କାର୍ଯ୍ୟରେ ପିତାମାତାଙ୍କ ସହଯୋଗ ମିଳିବ। ସରକାରୀ ଚାକିରିଆଙ୍କ ପାଇଁ ଭଲ ସମୟ ଆସୁଛି।

କନ୍ୟା ରାଶିର ବ୍ୟକ୍ତି ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କଠିନ ପରିଶ୍ରମରେ ଆର୍ଥିକ ସ୍ଥିତି ବଦଳିବ।

ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଡିସେମ୍ବର ୧୬ ପରଠାରୁ ଭଲ ସମୟ ଆସିବ। କାର୍ଯ୍ୟରେ ମିଳିବ ସଫଳତା।

Leave a Reply

Your email address will not be published. Required fields are marked *

Back to top button