କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭଜନ ବାଜିବ

କଟକ : ବଡ଼ ମେଡ଼ିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦିଆଯିବ। ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଭଜନ ନୁହେଁ କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ ବାଜିବ। ବୁଧବାର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୁଇମାସ ଭିତରେ ଏହି ସେବା କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି।

ଖବର ଅନୁଯାୟୀ ସ୍ୱାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ୍‌ ଡାକ୍ତର ଅବିନାଶ ରାଉତ କହିଛନ୍ତି ରୋଗୀମାନଙ୍କୁ ଭଲ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତି ଦୁଇ ମାସରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବସୁଛି। ବୁଧବାର ବସିଥିଲା ବୈଠକରେ ମେଡ଼ିକାଲ୍‌ ସୁପାରିନ୍‌ଟେଣ୍ଡେଣ୍ଟ, ଡିନ୍‌, ପ୍ରଫେସର, ସ୍ୱାସ୍ଥ୍ୟ ବିକାଶ ସମିତିର ଚୟାରମ୍ୟାନ୍‌ ତଥା ସିଏମ୍‌ସି କମିଶନର ଯୋଗଦେଇଥିଲେ। ଆଲୋଚନା ବେଳେ ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ କିଛି ସଭ୍ୟ ଯୁକ୍ତି ବାଢ଼ିଥିଲେ। ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି। ମାସେ ଭିତରେ କାମସାରିବାକୁ ସ୍ୱାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ୍‌ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button