ଦୁଇ ପ୍ରବଚକ ସର୍ମ୍ପକକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ବାଗେଶ୍ଵର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ପ୍ରବଚକ ଜୟା କିଶୋରୀଙ୍କ ନାଁ’କୁ ନେଇ ଚର୍ଚ୍ଚା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାନେଇ କଥା ଉଠିଥିବା ବେଳେ ଏହା ଉପରେ ଜୟା କିଶୋରୀ ପ୍ରତିକ୍ରିୟା ଦେଇଛନ୍ତି।
ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ଜୟା କିଶୋରୀ କହିଛନ୍ତି ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ। ମୁଁ ଜାଣିନାହିଁ ଏଭଳି ଚର୍ଚ୍ଚା କେମିତି ଓ କାହିଁକି ଆରମ୍ଭ ହେଲା। କାରଣ ମୁଁ ଏପର୍ଯ୍ୟନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଦେଖା ହୋଇନାହିଁ। ତାଙ୍କ ବିଷୟରେ ମୁଁ ବେଶି କିଛି ଜାଣିନାହିଁ ମଧ୍ୟ। ସତ୍ୟତା ନଜାଣି ଏଭଳି ଚର୍ଚ୍ଚା କରିବାକୁ ମୁଁ ପସନ୍ଦ କରୁନାହିଁ। ଏଭଳି ମିଛ ଖବର ପ୍ରଚାର କରିବା ଭୁଲ। ମୁଁ ଆଧ୍ୟାତ୍ମବାଦୀ ହୋଇଥିବାରୁ ଏଭଳି ଚର୍ଚ୍ଚା ମୋ ଉପରେ ପ୍ରଭାବ ପକାଇଲା ନାହିଁ। ହେଲେ ଜଣେ ସାଧାରଣ ଯୁବତୀଙ୍କ ମାନସିକ ଅବସ୍ଥା ଉପରେ ନିଶ୍ଚୟ ଭାବରେ ପ୍ରଭାବ ପକାଇବ।
ନିଜ ବିବାହ ଯୋଜନା ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ଯେତେବେଳେ ମୋର ବିବାହ ହେବ ମୁଁ ନିଶ୍ଚୟ ସମସ୍ତଙ୍କୁ ଜଣାଇବି। ଏହାକୁ ଲୁଚାଇବି ନାହିଁ। କାରଣ ଏହା ଲୁଚାଇବା ଭଳି କଥା ନୁହେଁ। ହେଲେ ଏବେ ବିବାହ କରିବାର ଯୋଜନା ନାହିଁ। ବହୁତ କାମ କରିବା ବାକି ଅଛି ବୋଲି ଜୟା କିଶୋରୀ କହିଛନ୍ତି।