ଡ୍ରୋନ ସହାୟତାରେ ନିୟନ୍ତ୍ରଣ ହେବ ମାଓବାଦୀଙ୍କ ଗତିବିଧି : ଡିଡିଜି

କୋରାପୁଟ : କୋରାପୁଟରେ ମାଓବାଦୀଙ୍କ ଗତିବିଧିକୁ ଡ୍ରୋନ ସହାୟତାରେ ନିୟନ୍ତ୍ରଣ କରାଯିବ। ଏଥିପାଇଁ ୬ଟି ଡ୍ରୋନକୁ ସାମିଲ କରାଯିବ। କୋରାପୁଟ ଗସ୍ତରେ ଆସି ଏହା କହିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ।

ପୋଲିସ ଡିଜି ଶ୍ରୀ ବଂଶଲ ମାଓବାଦୀମାନେ ଘଟାଉଥିବା ହିଂସାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଂଚାଇବା କାହାରି ଅଧିକାର ନାହିଁ। ହିଂସାର ପଥ ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ସେ ଆହ୍ଵାନ ଦେଇଛନ୍ତି। ଆଇନ ଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଇଛନ୍ତି କଡା ସନ୍ଦେଶ।

ଶ୍ରୀ ବଂଶଲ ସୁନାବେଡା ହାଲ ହେଲିପ୍ୟାଡରେ ଅବତରଣକରି ପୋଲିସ ଓ ବିଏସଏଫ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ମାଓ ସ୍ଥିତି ଓ ମାଓ ବିରୋଧି ଅପରେସନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ନେଇ କଥା ହୋଇଥିଲେ। ଆଲୋଚନାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ବିଏସଏଫ ଶୈଳେଶ କୁମାର, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, କୋରାପୁଟ ଏସପି ଅଭିନବ ସୋନକର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button