ଝାରସୁଗୁଡ଼ା ଉପନିର୍ବାଚନ : ନବ ଦାସଙ୍କ ଝିଅ ଦୀପାଳି ବିଜେଡି ପ୍ରାର୍ଥୀ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଦଲର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କ ଟିକେଟ୍‌ ମିଳିଥିବା ଆଜି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ନବ ଦାସଙ୍କ ମୃତ୍ୟୁ ପରେ ଗତ ଜାନୁଆରି ୨୯ ତାରିଖ ଠାରୁ ଝାରସୁଗୁଡ଼ା ଆସନ ଖାଲି ପଡ଼ିଥିଲା। ନିର୍ବାଚନ କମିସନ ପକ୍ଷରୁ ଗତ ୨୯ ତାରିଖରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ଆସନ୍ତା ମେ’ ୧୦ରେ ମତଦାନ ଓ ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button