ମୋଦୀ ସରକାରଙ୍କ ବିରୋଧରେ ବୁଧବାର ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ : ମଣିପୁରକୁ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ଆସନ୍ତାକାଲି ବିରୋଧୀଦଳ ଗୁଡ଼ିକ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦିଲ୍ଲୀର ଅମଲାମାନଙ୍କ ନିୟନ୍ତ୍ରଣ ବିଲ୍‌ ସମେତ ସରକାରଙ୍କ ସଂସଦର ଟୁ ଡୁ ତାଲିକାରେ ବାଧା ସୃଷ୍ଟି କରୁଥିବା ଅଚଳାବସ୍ଥାର ସମାଧାନ ପାଇଁ ସେ ବିରୋଧୀଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଥିବା ସରକାର ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ। ମୁଁ ଆଶା କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ସବୁ ଦଳ ସହଯୋଗ କରିବେ।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପରଠାରୁ ବିରୋଧୀଙ୍କ ବିରୋଧ ଯୋଗୁଁ ଉଭୟ ଗୃହକାର୍ଯ୍ୟ ଅଟକି ରହିଛି। ଆଜି ମଧ୍ୟ ଗୃହକୁ ମୁଲତବୀ ରଖାଯାଇଛି। ହିଂସା ପ୍ରଭାବିତ ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପୂର୍ବରୁ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ଦାବି କରି ଆସୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button