୧୬ରେ ଉଦ୍‌ଘାଟନ ହେବ ନେତାଜୀ ବସ୍‌ ଟର୍ମିନାଲ

କଟକ : ଆସନ୍ତାକାଲି ଉଦଘାଟିତ ହେବାକୁ ଯାଉଛି ନେତାଜୀ ବସ ଟର୍ମିନାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ଷ୍ଟାଣ୍ଡକୁ ଶନିବାର ଅପରାହ୍ନ ସାଢେ ଚାରିଟା ସମୟରେ ଉଦଘାଟନ କରିବେ। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ଖବର ଅନୁଯାୟୀ କଟକ ସନସାଇନ ପଡିଆଠାରେ ହେଲିପ୍ୟାଡ଼ ବ୍ୟବସ୍ଥା ହୋଇଛି। ଏଥିସହିତ ସଭାସ୍ଥଳ ନିକଟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଆଜି କାରକେଡ଼ ଅଭ୍ୟାସ କରାଯାଇଛି। ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ପୋଲିସ ଅଧିକାରୀ ମୁତୟନ ରହିବେ। ଉଦଘାଟନୀ ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button