ରାମ ମନ୍ଦିରର ପୂଜାରୀଙ୍କ ନକଲି ଫଟୋ ଭାଇରାଲ କରି କଂଗ୍ରେସ ନେତା ଗିରଫ

ଅଯୋଧ୍ୟା : ଗାଜିଆବାଦର ଶ୍ରୀ ଦୁଧେଶ୍ଵରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପାଇଁ ଚୟନ କରାଯାଇଛି। ତାଙ୍କୁ ଚୟନ କରାଯିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୋହିତଙ୍କର ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା। ହେଲେ ପୋଲିସ ଯାଞ୍ଚରୁ ଫଟୋ ନକଲି ବୋଲି ଜଣାପଡ଼ିଛି। ଏପରି କରିଥିବା କଂଗ୍ରେସ ନେତା ହିତେନ୍ଦ୍ରଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି।

janatakhabar.in

ଖବର ଅନୁଯାୟୀ କଂଗ୍ରେସ ନେତା ହିତେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୂଜାରୀ ମୋହିତଙ୍କ ଏକ ମହିଳାଙ୍କ ସହିତ ନକଲି ଆପତ୍ତିଜନକ ଫଟୋ ସେୟାର କରିଥି‌ଲେ। ଏଥିରେ ସେ ଲେଖିଥି‌ଲେ କ’ଣ ଏହି ବ୍ୟକ୍ତିଙ୍କୁ ରାମମନ୍ଦିରର ପୂଜାରୀ ଭାବେ ଚୟନ କରାଯିବା ଉଚିତ କି ? ସେଥିପାଇଁ ଅଭିଯୁକ୍ତ ହିତେନ୍ଦ୍ରଙ୍କ ବିରୋଧରେ ମହିଳାଙ୍କୁ ଅପମାନ କରିବା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଭାରତୀୟ ଦଣ୍ଡବିଧାନ ଆଇନର ଧାରା ୪୬୯, ୫୦୯, ୨୯୫ଏ ଓ ଆଇଟି ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button