ରେଭ୍ ପାର୍ଟି ଉପରେ ଏନ୍ସିବିର ଚଢ଼ଉ

ମୁମ୍ବାଇ : ମୁମ୍ବାଇ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଜାହାଜରେ ଚାଲିଥିଲା ରେଭ୍ ପାର୍ଟି। ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଚଢ଼ଉ କରି କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ କର୍ଡେଲିଆ କ୍ରୁଜେସ୍ ଏମ୍ରେସ୍ ନାମକ ଏକ ଜାହାଜରେ ଯାତ୍ରୀ ସାଜି ଏନ୍ବିସି ଟିମ୍ ଚଢ଼ିଥିଲେ। ସେଥିରୁ କୋକେନ୍, ହାସ୍ହିସ୍ ଓ ଏମ୍ଡିଏମଏ ଭଳି କେତେକ ବେଆଇନ ମାଦକଦ୍ରବ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଏନ୍ସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଂଖେଡ଼େଙ୍କ କହିଛନ୍ତି ସାତଆଠଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପର୍ଷ୍ଟାର୍ଙ୍କ ପୁଅ ଥାଇପାରନ୍ତି।