୧୦୦୦ ଟଙ୍କିଆ ପୁନଃପ୍ରଚଳନ ଯୋଜନା ନାହିଁ : ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର

ମୁମ୍ବାଇ : ୫୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍‌ ପୁନଃପ୍ରଚଳନ କରିବାର ଯୋଜନା ନାହିଁ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ।

୨୦୨୪ ଆର୍ଥିକ ବର୍ଷର ଦ୍ଵିତୀୟ ଦ୍ଵିମାସିକ ‘ମନିଟାରି ପଲିସି’ ଉନ୍ମୋଚନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର୍‌ ଦାସ କହିଛନ୍ତି ୫୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍‌ ପୁନଃପ୍ରଚଳନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଚିନ୍ତା କରୁନାହିଁ। ଜନସାଧାରଣଙ୍କୁ ଅନୁରୋଧ ସେମାନେ ଏ ବିଷୟରେ କଳ୍ପନାଜଳ୍ପନା କରନ୍ତୁ ନାହିଁ।

ସେ କହିଛନ୍ତି ୨୦୦୦ ଟଙ୍କିଆ ନୋଟ୍‌ରୁ ପ୍ରାୟ ୫୦ ପ୍ରତିଶତ ଅର୍ଥାତ ୧.୮୨ ଲକ୍ଷ କୋଟି ଟଙ୍କା ଫେରିଆସିଛି। ସମୁଦାୟ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ପ୍ରସାରଣରେ ଥିଲା। ‌ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ୮୫ ପ୍ରତିଶତ ବ୍ୟାଙ୍କ୍‌ ଜମା ଓ ବାକି ମୁଦ୍ରା ବିନିମୟ ଭାବେ ଆସିଛି।

Leave a Reply

Your email address will not be published. Required fields are marked *

Back to top button