ବଡ଼କୁ ହାଣିଲା ସାନଭାଇ : ଅଭିଯୁକ୍ତ ଥାନାରେ ଅଟକ

ଭବାନୀପାଟଣା : ସଦର ଥାନା ସିକେରଗୁଡ଼ା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ। ବଡ଼ଭାଇକୁ ଟାଙ୍ଗିଆରେ ହାଣି ସାନଭାଇ ହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ସିକେରଗୁଡ଼ା ଗାଁର ଜଳ ନାୟକ ଆଜି ସକାଳେ ବିଲକୁ ଯାଉଥିବା ବେଳେ ସାନଭାଇ ପରବେଶ ନାୟକ ଓ ଦୁଇ ପୁଅ ଟାଙ୍ଗିଆରେ ହାଣିବାରୁ ଘଟଣାସ୍ଥଳରେ ଜଳଙ୍କର ମୃତ୍ୟୁ ଘଟିଥିଲା।ଗୁଣିଗାରେଡ଼ି କରି ସାନଭାଇ ପରିବାରକୁ ହଇରାଣ କରୁଥିବାରୁ ପରବେଶ ଓ ଦୁଇପୁଅ ଏହି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଜଳ ନାୟକଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ପରବେଶ ନାୟକ ଓ ଦୁଇ ପୁତୁରାଙ୍କୁ ଥାନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *

Back to top button