ଯୁବକର ଗଳାକାଟି ରାସ୍ତାକଡ଼କୁ ଫିଙ୍ଗିଦେଲେ

ବାରିପଦା : ମୟୂରଭଞ ଜିଲ୍ଲାରେ ଯୁବକଙ୍କୁ ଗଳା କାଟି ହତ୍ୟା। ଝଲଡୁଙ୍ଗୁରୀ ଛକ ନିକଟସ୍ଥ ମାଛକାନ୍ଦଣା ଘାଟି ନିକଟରେ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଛନ୍ତି।

ଖବର ଅନୁଯାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ଝଲଡୁଙ୍ଗୁରୀ ଛକ ଦେଇ ଯାଇଥିବା ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ କଡ଼ରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିଲା। ସ୍ଥାନୀୟ ଲୋକେ ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବା ପରେ ବାରିପଦାରୁ ସାଇନ୍ଟିଫିକ୍ଟ ଟିମକୁ ଡକାଇଥିଲା। ତେବେ ଏହି ହତ୍ୟାକାଣ୍ଡ କାରଣ ଜଣାପଡିନାହିଁ। ମୃତ ଯୁବକର ନାଁ ଉଦୟନାଥ କିସ୍କୁ। ତାଙ୍କ ଘର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ବଳଦପୁର (ଖେରଣା) ଗ୍ରାମରେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button