ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି।
ଶୁକ୍ରବାର ବିଜ୍ଞପ୍ତି ଅନୁଯାୟୀ ଏଚଆରପିସି ଆଇଜି କେ. ସଫିନ ଅହମ୍ମଦଙ୍କର କ୍ରାଇମବ୍ରାଂଚ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ କମ୍ପ୍ୟୁଟର ଡିଆଇଜି ସତ୍ୟଜିତ୍ ନାଏକ ହୋଇଛନ୍ତି ଏଚଆରପିସି ଡିଆଇଜି। କଟକ ଏସପି (ଗ୍ରାମାଂଚଳ) ଯୁଗଳ କିଶୋର କୁମାର ବୋନଥଙ୍କର ପୋଲିସ ମୁଖ୍ୟାଳୟ ଅତିରିକ୍ତ ଆଇଜି ଭାବେ ବଦଳି ହୋଇଛି।
ଏହାବ୍ୟତୀତ ହେଡକ୍ୱାଟର୍ସ ଏସପି ରାହୁଲ ଜୈନଙ୍କର ନୟାଗଡ଼ ଏସପି ଭାବେ ବଦଳି ହୋଇଇଛି। ସେହିପରି ବରିଷ୍ଠ ଓପିଏସ୍ ମିହିର କୁମାର ପଣ୍ଡା ହୋଇଛନ୍ତି କଟକ ଏସପି। ଶ୍ରୀ ପଣ୍ଡା ଭୁବନେଶ୍ୱର କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ଡିସିପି ଭାବେ କାର୍ଯ୍ୟ କରୁଛନ୍ତି।